କର୍ଣ୍ଣଗତରୋଗର ସହଜ ଚିକିତ୍ସା

(1)ଅଦାରସ ଦଶଗ୍ରାମ ,ମହୁପାଞ୍ଚଗ୍ରାମ,ଖୋସାତେଲ ପାଞ୍ଚଗ୍ରାମ,ସୈନ୍ଧବଲଵଣ ଏକଗ୍ରାମ ଏକତ୍ର ମିଶାଇ ରଖିବେ ଏହାକୁ କର୍ଣ୍ଣରେ ଦୁଇତିନି ବୁନ୍ଦା ପକାଇଲେ କର୍ଣ୍ଣ ଶୁଳ ,କର୍ଣ୍ଣନାଦରୁ  ମୁକ୍ତ ମିଳିଥାଏ (2)ସୋରିଷତେଲ ପଚିଶଗ୍ରାମ ସହିତ ଦଶଗ୍ରାମ ରସୁଣ ଛେଚି ମିଶ୍ରଣକୁ ଗରମ କରି ଦିଅନ୍ତୁ ସମ୍ପୂଣ୍ଣ ଫୁଟି ଗୋଲାପରେ ଏହକୁ ରଖିଦିଅନ୍ତୁ ଏହି ତେଲଟି ଉଷୁମ ହେଲାପରେ କାନରେ ପକାଇଲେ କଣ ରୋଗ ଭଲ ହୋଇଥାଏ  (3)ଦୁଇ ବୁନ୍ଦା ତାରପିନ ତେଲ କାନରେ ପକାଇଲେ କର୍ଣ୍ଣ ଶୁଳ ଆଶୁ ଆରୋଗ୍ୟ ଲାଭ ହୋଇଥାଏ 

ear -desies-home-remedies

(4)ଗୋମୂତ୍ର କୁ ଉଷୁମ କରି ତୁଳା କାଠିରେ ବୁଡାଇ ପୂଯ ସ୍ରାବ କାନକୁ ସଫା କରିବା ଉଚିତ କିମ୍ବା ନିମ୍ବ ପତ୍ର ସିଝା ଜଳରେ କାନକୁ ସଫା କରି ଔଷୋଧ ପ୍ରୟୋଗ କରିବା ଉଚିତ 

(5)ଗୋମୂତ୍ରରେ କାନ ସଫା କରି ହରିତାଳଭସ୍ମ ଗୋମୂତ୍ର ସହିତ ମର୍ଦ୍ଧନ କରି କାନରେ ପକାଇଲେ ପୁତିକର୍ଣ୍ଣ ବିନାଶ ହୁଏ (6)ମାଳତୀ ପତ୍ର ରସ ସମଭାଗରେ ମିଶାଇ କାନରେ ପକାଇଲେ କର୍ଣ୍ଣପାକ ପୁତିକର୍ଣ୍ଣ ରୁ ଆରୋଗ୍ୟ ମିଳିଥାଏ (7)ଶହେ ଗ୍ରାମ ସୋରିଷ ତେଲରେ ଦୁଇଟି ଶାମୁକାର ମାଂସ ପକାଇ ନିଆଁରେ ପାକକରି ମାଂସ ପୋଡ଼ିଗଲେ ତେଲ ଛାଣି ରଖିବେ ଏହି ତେଲ ଦିନକୁ ଦୁଇଥର କାନରେ ପକାଇଲେ କର୍ଣ୍ଣସ୍ରାବ ପୁତି କର୍ଣ୍ଣ ଆରୋଗ୍ୟ ଲାଭ ହୋଇଥାଏ 

ear -desies-home-remedies

(8)ଅଭ୍ରଭସ୍ମ ,ଲୌହଭସ୍ମ ,ଶିଳାଜତୁ ପ୍ରତେକ ଏକ ଭାଗ ,ସ୍ୱର୍ଣ୍ଣଭସ୍ମ ଏକଭାଗ ,ଅଁଳାଚୁର୍ଣ   ପଦ୍ମମଞ୍ଜି  ଚୁର୍ଣ୍ଣ ପ୍ରତେକ ଦୁଇଭାଗସମସ୍ତ ଦ୍ରବ୍ୟ ଏକତ୍ର ମର୍ଦ୍ଧନ କରି ସମଭାଗ ମିଶ୍ରି ଗୁଣ୍ଡ ମିଶାଇ ରଖିବେ  ଏକ ଚାମଚ ବା ପାଞ୍ଚଗ୍ରାମ ସକାଳେ ଖାଲି ପେଟରେ ଖାଇଲେ କର୍ଣ୍ଣନାଦ,କର୍ଣ୍ଣକ୍ଷେଡ଼ ,କର୍ଣ୍ଣଶୁଳ ଇତ୍ୟାଦି ବିନାଶ ହୋଇଥାଏ ଏହି ଔଷଧ କୁ (1)ନମ୍ବରର ଔଷଧ ସହିତ ସେବନ କରିବା ଉଚିତ ଏବଂ (6)ନମ୍ବର ଔଷଧ ସହିତ ସେବନ କଲେ ପୁରାତନ କାନପଚା ରୋଗ ଭଲ ହୋଇଥାଏ  ନିଷେଧ –ପୁରାତନ କାନପଚା ରୋଗୀଦହି ,ବିରି,ପିଠା, ବାସିପଖାଳ,ଚୁଡା ,ଗୁଡ ,ପାଚିଲାକଦଳୀ ଖଟା ଖାଇବେ ନାହିଁ  ଏବଂ ଦିନରେ ଶୋଇବେ ନାହିଁ  

Leave a comment