ସମସ୍ତ ରୋଗର ସହଜ ଚିକିତ୍ସା

ଜ୍ୱର ଏକ ସ୍ୱତନ୍ତ୍ର ରୋଗ ହେଲେ ମଧ୍ୟ ଅନେକ ପ୍ରାଣନାଶକ ରୋଗର ପସର୍ଗ ରୂପେ ଦେଖା ଦେଇଥାଏ   

 ତେଣୁ ସକଳ ରୋଗ ମଧ୍ୟରେ ଜ୍ୱରକୁ ରୋଗ ସମ୍ରାଟ ରୂପେ ମାନିବାକୁ ପଡେ  ପ୍ରାଣୀ ମାତ୍ରକେ ଜନ୍ମ ମୃତ୍ୟୁ କାଳରେ ଜ୍ଵରାର୍ତ୍ୟ ହୋଇ ଭୂମିଷ୍ଠ ଅତିଷ୍ଟ ହୋଇ ଥାନ୍ତି ବୋଲି ପ୍ରକୃତି ରୁ ଜଣାପଡ଼ିଥାଏ   

ଜ୍ଵରର କାରଣ  ଲକ୍ଷଣଅନିୟମିତ ଆହାର ଦ୍ୱାରା ଶାରୀରିକ ବାତ ,ପିତ, କଫ  ଆମୟସକୁ ଯାଇ ଅଗ୍ନି ରସ ସହିତ ମିସି ରସବାହି    ସ୍ଵେଦବାହି  ପଥସମୂହକୁ ରୁଦ୍ଧ କରି ପାଚକାଗ୍ନିକୁ ନଷ୍ଟ କରିଥାଏ   ଏହି କାରଣ ରୁ ମଳାଶୟର ଉତ୍ତାପ ବୋହିର୍ଦେଶକୁ ଆସି ସମସ୍ତ ଶରୀର ବ୍ୟାପୀ ଜ୍ଵର ହୋଇ ଥାଏ  
 ଲକ୍ଷଣଝାଳର ଅବରୋଧ ,ଅଭ୍ୟନ୍ତର ସନ୍ତାପ ପୀଡା ଏହି ତିନିଗୋଟି ଲକ୍ଷଣ ଯେଉଁଠାରେ ଏକତ୍ର ପ୍ରକାଶ ପାଏ ତାହାକୁ ଜ୍ଵର କୁହାଯାଏ  
ବାତ ଜ୍ୱରର ଲକ୍ଷଣଜ୍ଵର ଆସିବା ମାତ୍ରେ କଣ୍ଠ ଓଠରେ ଶୁସ୍କତା ଦେଖାଯାଏ   ଅନିଦ୍ରା, ଛିଙ୍କ ଲାଗିବ ,ମସ୍ତକ ହୃଦୟରେ ପୀଡା ,ମଳରୋଧ ପେଟ ପମ୍ପା ଆଦି ଲକ୍ଷଣ ଦେଖାଦେଇଥାଏ  
ପୀତଜ୍ଵର   ଲକ୍ଷଣଶରୀରର ଅଧିକ ଉତ୍ତାପ ସହିତ କାହାର ହଳଦୀ ବର୍ଣ୍ଣ ତରଳ ଝାଡା ,ବାନ୍ତି ,ମୁଣ୍ଡବୁଲାଇବା, ଝାଳନିର୍ଗତ ହେବା ମୁଣ୍ଡରେ ତିକ୍ତସ୍ଵାଦ ତଥା ମଳମୂତ୍ର ଚକ୍ଷୁ ପୀତ ବର୍ଣ୍ଣ ଧାରଣ କରିଥାଏ   କଫ ଜ୍ଵରର ଲକ୍ଷଣଶରୀର ମୁଣ୍ଡ ଓଜନିଆ ଲାଗିବା,ଶୀତ ବାନ୍ତି ଲାଗିବା,ଲୋମଟାଙ୍କୁରୀ ଉଠିବା,ଅଳସୁଆ ନିଦ ଲାଗିବା ଦେହର ଉତ୍ତାପ ଧୀର ମଂଥର ,ଅରୁଚି ଚକ୍ଷୁରେ ଲୁହ ଜମିବା ସହିତ ଜିଭ ଶ୍ୱେତବର୍ଣ୍ଣ ଦେଖାଦେଇଥାଏ  
ବାତକଫ ଜ୍ଵରର ଲକ୍ଷଣଶରୀର ଦାହ ,ହ୍ରୁତକମ୍ପନ ,ଦୁର୍ବଳତା ଗଣ୍ଠିବ୍ୟଥାତୃଷ୍ଣା ଅଧିକ ସନ୍ତାପ ଅନୁଭୂତ ହୁଏ  
fever-home-remediesବାତ କଫ ଜ୍ଵରରର ଲକ୍ଷଣଶରୀରରେ ବେଦନା ସହିତ କଫସ୍ରାବ ,କାଶ, ପୀତ,କମ୍ପନ,ମୁଖ   ନାକରୁ ଜଳ ସ୍ରାବ ହୋଇଥାଏ ଅରୁଚି ମଧ୍ୟ ଦେଖାଦେଇଥାଏ  
ପୀତ କଫ ଜ୍ଵରର ଲକ୍ଷଣବାରମ୍ବାର କମ୍ପ ,ଦାହ ,ଶୀତ ଝାଳ ନିର୍ଗତ ,ବାନ୍ତି ଦୁର୍ବଳତା ଲକ୍ଷଣ ପ୍ରକାଶ ପାଇଥାଏ  
ସନ୍ନିପାତ ଜ୍ଵରର ଲକ୍ଷଣଗାତ୍ରୋଘୁର୍ଣନ ,ନିଦ୍ରା ହେବା ,ଶ୍ଵାସ ,ତନ୍ଦ୍ରା ସ୍ପର୍ଶଜ୍ଞାନର ଅଭାବ ,ଅରୁଚି ,ତୃଷା ,ପ୍ରଳାପ, ଶରୀର ଦାହ ,ହୃଦୟରେ ବେଦନା ,ଦାନ୍ତ ଜିଭରେ ଖରୋସ୍ପର୍ଶୀ ,କଣ୍ଠରେ ଅବ୍ୟକ୍ତ ଧ୍ୱନି ,ମୁଖ ନାକରେ କ୍ଷତ ,ଜ୍ଞାନ ନାଶ ମଳର ଅବରୋଧ ତଥା ବିଳମ୍ବରେ ଝାଳ ନିର୍ଗତ ସହିତ ବାତ କଫର ମିଳିତ ଲକ୍ଷଣ ସବୁ ପ୍ରକାଶ ପାଇଥାଏ  
ଅଭିନ୍ୟାସ ଜ୍ଵରର ଲକ୍ଷଣସନ୍ନିପାତ ଜ୍ଵରର ତୀବ୍ର ଅବସ୍ଥା କୁ ଅଭିନ୍ୟାସ ଜ୍ଵର କହନ୍ତି  ାଏଥିରେ ବାତ ,ପିତ ,କଫ ,ଅତିଶୟ ଭାବେ ପ୍ରକୁପିତ ହୋଇଥାଏ  ାରୋଗୀର ଶ୍ରବଣ ଘ୍ରାଣ ଶକ୍ତି ହ୍ରାସ ପାଇଥାଏ  ାରୋଗୀ ଆତ୍ମୀୟ ସଜ୍ଜନ କୁ ଭଲ ଭାବରେ ଚିନହୀ ପରେ ନାହିଁ  ାଶରୀରରେ  ପୀଡା ଅନୁଭବ କରେ  ାଖାଦ୍ୟରେ ଅନିଚ୍ଛା ଦେଖାଦେଇଥାଏ  ାରୋଗୀ ସର୍ବଦା କୁନ୍ଥୋନ ସଂଚାଳନ ପାର୍ଶ୍ୱପରିବର୍ତ୍ତନ କରିଥାଏ  
ଆଗନ୍ତୁକ ଜ୍ଵରର ଲକ୍ଷଣଅତ୍ୟଧିକ କ୍ରୋଧରୁ ,ଅତ୍ୟଧିକ ପରିଶ୍ରମରୁ ,ଦୁଃସାହସିକ କାର୍ଯ୍ୟରୁ ,ପ୍ରେତାଗଣର ଆଦେଶରୁ,ଶରୀରର ଆଘାତ ପ୍ରାପ୍ତି ରୁ କିମ୍ବା ମଧୁମେହ ରାଜଯକ୍ଷ୍ମା ,ମିଳିମିଳା ହାଡ଼ଫୁଟ ରୋଗର ପ୍ରାରମ୍ଭରୁ ଏହିଭଳି ଲକ୍ଷଣ ପ୍ରକାଶ ପାଇଥାଏ  ାଆଧୁନିକ ବୈଜ୍ଞାନିକ ମାନେ ଏହାକୁ ସଂକ୍ରମିତ ରୋଗ ବା (Infective fever) କହନ୍ତି  
ବିଷମ ଜ୍ଵରର ଲକ୍ଷଣଜ୍ଵର ନିବାରଣ ପରେ ଶରୀର ଦୁର୍ବଳ କିମ୍ବା ଅନିୟମିତ ଆହାର ଦ୍ୱାରା ଅଳ୍ପ ବଳଦୋଷ ପୁନର୍ବାର ବୃଦ୍ଧି ହୋଇ ଵାୟୁଦ୍ୱାରା ଆମାଶୟ ,ସନ୍ଧି ପି,ବକ୍ଷ ,କଣ୍ଠ ମସ୍ତକରେ ପ୍ରବେଶ କରି   ଯଥା କ୍ରମେ ସତତ ଅନ୍ୟଦୁଷକ ,ତୃତୀୟକ ,
ଚତୁର୍ଥକପ୍ରଲେପନ ନାମକ ବିଷମ ଜ୍ଵର ସୃଷ୍ଟି କରିଥାଏ  ାମଶାଦ୍ୱରା  ବ୍ୟାପୁଥିବା ମାଳଜ୍ଵର ବା (maleria)ଏହି ଶ୍ରେଣୀର ଅନ୍ତ୍ୟଭୂକ୍ତ ଅଟେ  

Leave a comment