ସ୍ୱରଭଙ୍ଗ ବା ତଣ୍ଟିବସିବା ଭଳି ରୋଗର କାରଣ ଗୁଡିକ ମଧ୍ୟରେ ଅତି ଉଚ୍ଚ ସ୍ୱରରେ ଭାଷଣ କିମ୍ବା ଗାୟନ କଲେ କିମ୍ବା ବିଷାକ୍ତ ଦ୍ରବ୍ୟ ଭକ୍ଷଣ କଲେ କଣ୍ଠ ଦେଶରେ ଆଘାତ ପ୍ରାପ୍ତ ହେଲେ ବାଟ ,ପିତା କଫ ପ୍ରକୁପିତ ହୋଇ ସ୍ୱବାହୀ ଧମନୀ କୁ ବିକୃତ କରି ସ୍ୱରଭଙ୍ଗ ରୋଗ ଉତ୍ପନ୍ନ ହୋଇଥାଏ ଆୟୁର୍ବେଦିକ ମତରେ ଏହି ରୋଗ 6 ପ୍ରକାର ଯଥା-ବାତଜ ,ପିତଜ,କଫଜ,ସନ୍ନିପାତଜ ,ମେଦଜ,କ୍ଷୟଜ
ଏହାର ଲକ୍ଷଣ :- ବାତଜ ସ୍ୱରଭଙ୍ଗର ଗଧଭଳି କର୍କଶ ସ୍ୱର ନିର୍ଗତ ହୁଏ ଚକ୍ଷୁ ,ମୁଖ, ଓ କୋମଳ ମୂତ୍ର କୃଷ୍ଣ ବର୍ଣ୍ଣ ହୁଏ ପିତ୍ତଜ ସ୍ୱରଭଙ୍ଗରେ ଚକ୍ଷୁ ,ମୁଖ ଓ ମୂଳମୂତ୍ର ପିତବର୍ଣ୍ଣ ହୋଇଥାଏ ଏବଂ ଉଚ୍ଚାରଣ ବେଳେ କଣ୍ଠରେ ଦାହ ଅନୁଭୂତ ହୋଇଥାଏ କଫଜସ୍ୱରଭଙ୍ଗରେ ଶ୍ଳେଷ୍ମା ଦ୍ୱାରା କଣ୍ଠ ରୁଦ୍ଧ ହୋଇ ରାତ୍ରି କାଳରେ କଣ୍ଠ ସ୍ୱର କ୍ଷୀଣ ହୋଇଥାଏ ଦିନରେ ସୂର୍ଯ୍ୟ କିରିଣ ଦ୍ୱାରା କଫର ଶାନ୍ତ ଆବୋଥା ହେତୁ ରାତ୍ରି ଅପେକ୍ଷା ଦିନରେ ରୋଗୀ ସ୍ପଷ୍ଟୋ ଉଚ୍ଛାରଣ କରି ପାରେ ସନ୍ନିପାତ ସ୍ୱରଭଙ୍ଗରେ ଗଳା ରେ ମେଦ ଓ ଶ୍ଳେଷ୍ମ ଜମି ରହେ ରୋଗୀ ଅସ୍ପଷ୍ଠ ଉଚ୍ଚାରଣ କରି କଣ୍ଠରେ ପୀଡ଼ାହୁଏ ,ଧାତୁ କ୍ଷୟରୁ ଜାତ ସ୍ୱରଭଙ୍ଗ ରୋଗରେ ଧୂଆଁ ଜମିରହିବା ଭଳି ବୋଧ ହୁଏ ଏହିପରି ରୋଗୀ ହତବକ ହୋଇ ରହିଲେ ବଞ୍ଚିବା ଆଶା କ୍ଷୀଣ ହୁଏ |

