ସ୍ୱରଭଙ୍ଗ ସହଜ ଚିକିତ୍ସା (Hoarsness )

1.ବନ ଯୁଆଣି , ହଳଦୀ,ଅଁଳା,ଯବକ୍ଷାର,ଚିତାମୁଳ ସମାନ ଭାଗରେ ନେଇ ଚୁର୍ଣ୍ଣ କରିବ   ଶୋହେ ଗ୍ରାମ ମହୁ ସହିତ ଗାଈ କ୍ଷୀର ପଚାଶ ଗ୍ରାମ ମିଶାଇ ରଖିବେ   ପାଞ୍ଚ ଗ୍ରାମ ଚୁର୍ଣ୍ଣ ସହିତ ଦୁଇ ଚାମଚ ଘିଅ ମହୁ ମିଶାଇ ତିନିବେଳା ଦିନକୁ ସେବନ କଲେ ସବୁ ପ୍ରକାର ସ୍ୱର ଭଙ୍ଗ ନଷ୍ଟ ହୁଏ |

2.ବରକୋଳି ପତ୍ର ଶହେ ଗ୍ରାମ ସହିତ ପଚିଶ ଗ୍ରାମ ସୋଇନଧବଲଵଣ ମିଶାଇ ବାଟି ଶହେ ଗ୍ରାମ ଗୁଆଘିଅ ସହିତ ଭାଜି ରଖିବେ   ମାତ୍ର ଦଶ ଗ୍ରାମ ଲେଖାଏଁ ଦ୍ୱିବେଳ ସେବନ କଲେ ବାତଜ ସ୍ୱର ଭଙ୍ଗ ନାଶ ହୁଏ |

3.ପିପପଳି .ମରିଚ ,ପିପପଳମୂଳ ,ଶୁଣ୍ଠୀ ସମଭାଗରେ ଚୁର୍ଣ୍ଣ କରି ଗୋମୂତ୍ର ଦ୍ୱାରା ଭାବନା ଦେଇ ଖରାରେ ଶୁଖାଇ ରଖିବ ପାଞ୍ଚ ଗ୍ରାମ ଲେଖାଏଁ ଦିନକୁ ଦୁଇ ଗ୍ରାମ ସେବନ କଲେ କଫଜ ସ୍ୱର ଭଙ୍ଗ ନଷ୍ଟ ହୁଏ |
4.ଗାଈ କ୍ଷୀର ଏକ ଗ୍ଲାସ ସହିତ ଅଁଳା ଚୁର୍ଣ୍ଣ ଏକ ଚାମଚ ମିଶାଇ ସକାଳ ସନ୍ଧ୍ୟାରେ ପାନକଲେ ପିତ୍ତଜ ସ୍ୱରଭଙ୍ଗ ନଷ୍ଟ ହୁଏ |

ସ୍ୱରଭଙ୍ଗର ପଥ୍ୟା ପଥ୍ୟ 

ବାତଜ ସ୍ୱର ଭଙ୍ଗରେ -ପୁରୁଣା ଘିଅ ଓ ପୁରୁଣା ଗୁଡ଼  ସହିତ ଅନ୍ନ ଭୋଜନ କରି ଉଷୁମ ପାଣି ପିଇବ ,କଫଜ ଓ ମେଦଜ ସ୍ୱରଭଙ୍ଗରେ ଉଷୁମ ଜଳ ସହିତ ମହୁ ମିଶାଇ ଦିନକୁ ଦୁଇଥର ଖାଲି ପେଟରେ ପାନକରିବ ପିତ୍ତଜ ସ୍ୱରଭଙ୍ଗରେ ଲେମ୍ବୁ ମିଶ୍ରି ସରବତ ସକାଳ ସନ୍ଧ୍ୟାରେ ପାନ କରିବ ଏବଂ ଦ୍ୱିପହର ରେ ଦୁଧ ଭାତ ସେବନ ସେବନ କରିବ  କ୍ଷୟଜ ଓ ତ୍ରିଦୋଷ ସ୍ୱର ଭଙ୍ଗରେ ସ୍ୱାଶ ରୋଗର ପଥ୍ୟା ପାଳନ କରିବା ସହିତ -ହଳଦୀ ,ବଚ ,କୁଢ଼ ପିପପୁଳି , ଶୁଣ୍ଠୀ ,କଳାଜିରା ଯୁଆଣି ,ଯଷ୍ଟିମଧୁ,ସୋଇନଧବ ଲଵଣ ଏହାର ପ୍ରତେକ ଚୁର୍ଣ୍ଣ ସମାନ ଭାଗରେ ଗ୍ରହଣ କରି ଗୁଆଘିଅରେ ଆଲୋଡ଼ନ କରି ଆବୋଲେହ ପ୍ରସ୍ତୁତ କରି ରଖିବ  ମାତ୍ର ଦଶ ଗ୍ରାମ ଦିନକୁ ଦୁଇ ଥର ସେବନ କରବା ଉଚିତ |
ବି :ଦ୍ର -ସ୍ୱର ଭଙ୍ଗ ରୋଗରେ କେବଳ ଆୟୁର୍ବେଦ ଚିକିତ୍ସା ରେ ହିଁ ସୁଫଳ ମିଳି ଥାଏ କୌଣସି ବ୍ୟକ୍ତିର କଣ୍ଠ ସ୍ୱରରେ ଅସ୍ଵାଭାବିକତା ପରି ଲକ୍ଷିତ  ହେଲେ ଏବଂ ଏହି ଅସୁବିଧା ଦୁଇ ସପ୍ତାହରୁ ଅଧିକ ହେଲେ ତାହାକୁ ସ୍ୱରଭେଦ ବୋଲି ବୁଝିବାକୁ ହେବ ତେଣୁ ଆୟୁର୍ବେଦ ଚିକିତ୍ସକ ମାନଙ୍କ ପରାମର୍ଶ ରେ ଔଷଧ ସେବନ କରିବା ଉଚିତ |

Leave a comment