Author Archives: Manoj Kumar Mundari

ପୌରୁଷ ବୃଦ୍ଧି (Prostate Gland )

ପ୍ରତେକ ପୁରୁଷ ମୂତ୍ରାଶୟରେଗରିବ ତଳକୁ ଗୋଟିଏ ବାଦାମ ମଞ୍ଜି ଭଳି ଗ୍ରନ୍ଥି ଥାଏ   ଏହା ମୂତ୍ର ମାର୍ଗର ଚାରି ପାର୍ଶ୍ୱରେ ଘେରି ରହି ଥାଏ  ମୂତ୍ର ତ୍ୟାଗ ସମୟରେ ଓ ଯୌନକ୍ରିୟା ସମୟରେ ସେହି ଗ୍ରନ୍ଥୀଟି ବିଶେଷ ଭୂମିକା ଗ୍ରହୋଂ କରିଥାଏ   ତେଣୁ ଏହାକୁ ପୌରୋଷ ଗ୍ରନ୍ଥି କୁହାଯାଏ  ପ୍ରାୟ ପଚାଶ ବର୍ଷ ପରେ ଏହି ଗ୍ରନ୍ଥିର ବୃଦ୍ଧି ପାଏ   ଏହା ଦ୍ୱାରା ପରିଶ୍ରା ହଟାତ ବନ୍ଦ ହେବ କିମ୍ବା ଅଳ୍ପ ଅଳ୍ପ ହେବ ଦେଖାଦେଇଥାଏ  ଯୌବନାଅବସ୍ଥାରେ ଏହି ଗ୍ରନ୍ଥି ଖୁବ ସକ୍ରିୟ ଥାଏ  କିନ୍ତୁ ବୋହୁ ସମୟଧରି ଯାନବାହାନ ,ମୋଟରସାଇକେଲ ,ସାଇକେଲ ,ଇତ୍ୟାଦି ଚଳାଉଥିବା ବ୍ୟକ୍ତି ଏହି ଗ୍ରନ୍ଥି ଉପରେ ବାରମ୍ବାର ଚାପ ପଡୁଥିବାରୁ ତାହା ଫୁଲି ଦରଜ ହୁଏ ଏବଂ ମୁତ୍ରାଶୟରୁ ଠିକ ସମୟରେ ଓ ସହଜରେ ମୂତ୍ର ନିର୍ଗତ ହୁଏ ନାହିଁ ଏହି ସମସ୍ୟା ଷାଠିଏ ବର୍ଷ ପରେ ଆହୁରି ଉଗ୍ର ଓ ଜଟିଳ ରୂପ ନେଇ ଥାଏ  ଅବଶ୍ୟ ସମସ୍ତଙ୍କ କ୍ଷେତ୍ରରେ ସମାନ ଅବସ୍ଥା ଦେଖା ଦିଏ ନାହିଁ  କିନ୍ତୁ ଏହି ରୋଗର ଅସ୍ତ୍ର ଚିକିତ୍ସା କେବଳ ଜରୁରୀ ଅବସ୍ଥାରେ କରାଯାଇଥାଏ, ମାତ୍ର ଆୟୁର୍ବେଦିକ ପଦ୍ଧତିରେ ଏହାର ଚିକିତ୍ସା ଓ ପ୍ରତିକାର ରହିଛି |  
ଏହି ରୋଗର କାରଣ ଗୁଡିକ –ଅନିୟମିତ ଆହାର ବିହାର ଯଥା -ବହୁଳ ମାଦକ ଦ୍ରବ୍ୟ ସେବନ କରିବା ହେତୁ ଶାରୀରିକ ପ୍ରତିକ୍ରିୟା ସୃଷ୍ଟି ହୋଇ ପୌରୁଷଗ୍ରନ୍ଥୀ ଉପରେ କୁପ୍ରଭାବ ପଡିଥାଏ  ଅତ୍ୟଧିକ ଗୁରୁପାକ ଖାଦ୍ୟ ବା ଆମିଷଦ୍ରବ୍ୟ ସେବନଦ୍ୱାରା   କୋଷ୍ଠବଦ୍ଧତା ,ଅଜୀର୍ଣ୍ଣ ତଥା କମ ଜଳ ପାନ କରିବା ଦ୍ୱାରା ଏହି ସମସ୍ୟା ଦେଖାଦେଇଥାଏ  ସୁତରାଂ ଏହି ସବୁ କାର୍ଯ୍ୟରୁ ଦୂରେଇରହିଵା ଆବଶ୍ୟକ  ଆହୁରି ମଧ୍ୟ ଅଧିକ ମାତ୍ରାରେ ହସ୍ତ ମିଥୁମୈଥୁନ ଦ୍ୱାରା ଏହି ସମସ୍ୟା ଦେଖାଯାଇଥାଏ   |
ଆଧୁନିକ ଚିକିତ୍ସକ ମାନଙ୍କ ମତ ଅନୁସାରେ ବୟସ ବୃଦ୍ଧି ଯୋଗୁଁ ଏଣ୍ଡୋଜେନ ନାମକ ରସ କ୍ଷରଣ ହେବା  ଦ୍ୱାରା ପୌରୁଷଗ୍ରନ୍ଥି ଫୁଲି ଯାଇ ମୂତ୍ର ଅବରୋଧ କରେ  |

ଏହି ରୋଗୀର କର୍ତ୍ୟବ୍ୟ – ମୂତ୍ରମାର୍ଗ ବିଶେଷଜ୍ଞ ମାନଙ୍କ ମତରେ ଏହି ପୌରୁଷଗ୍ରନ୍ଥି ବୃଦ୍ଧି ଯୋଗୁଁ ସମ୍ପୂର୍ଣ୍ଣ ମୂତ୍ର ନିସ୍କାସନ ବନ୍ଦ ହୋଇଯାଇ ପାରେ ସେଥିପାଇଁ ହଠାତ ମନୁଷ୍ୟ ମୃତ୍ୟୁମୁଖରେ ପଡିପାରେ ତେଣୁ ପୂର୍ବରୁ ଏହାର ଅସ୍ତ୍ରୋପ୍ରଚାର ବ୍ୟତୀତ ଅନ୍ୟ ଉପାୟ ନଥିଲା  ବର୍ତ୍ତମାନ( T. U. R. P  )  ନାମକ ଯନ୍ତ୍ର ଦ୍ୱାରା ବର୍ଦ୍ଧିତ ମାଂସାଳୁଅଂଶ କୁ ଖଣ୍ଡ ଖଣ୍ଡ କରି କାଟି ବାହାରକରି ଦିଆଯାଉଛି   ଏହି ପ୍ରକଶ କୌଶଳଏ ଦ୍ୱାର ସାମାନ୍ୟ ନିଶା ଇଞ୍ଜେକ୍ସନ ଦିଆଯାଇ ପୌରୁଷ ଗ୍ରନ୍ଥିର ନିରାପଦ ଚିକିତ୍ସା କରାଯାଇ ପାରୁଛି   ଏଥିରେ ଅସ୍ତ୍ରୋପ୍ରଚାର ଜନିତ ଜଟିଳତା ନ ଥାଏ ଏବଂ ରକ୍ତଶ୍ରାବ କମହୁଏ  ଏହାକୁ ଲେଜର ଅପରେଶନ କୁହାଯାଏ  |
ଏହି ରୋଗର ପ୍ରତି ରୋଧକ ପାଇଁ ଆୟୁର୍ବେଦ ପଦ୍ଧତିରେ ପ୍ରଥମେ ଏହି ରୋଗର ପ୍ରତିରୋଧଶକ୍ତି ବୃଦ୍ଧି କରିବା ଉତ୍କୃଷ୍ଟ ଅଟେ  ଏଥିପାଇଁ ଆହାର ବିହାରରେ ସଂଯମ ତଥା ଆୟୁର୍ବେଦୟ ଶୃଙ୍ଖଳାରେ ଜୀବନ ଅତିବାହିତ କରିବା ସୁଫଳ ମିଳିଥାଏ ପଚାଶ ବର୍ଷ ପରେ ଶାକାହାରୀ ହେଲେ ଭଲ  ପାଚିଲାକଦଳୀ, ଦୁଗ୍ଦଧ,କମଳା,ଅଙ୍ଗୁର,କିସମିସ,ଲେମ୍ବୁ, ବିଟ ,ଗାଜର, ଅମୃତଭଣ୍ଡା ,ହରିଡ଼ା,ବାହାଡା, 
ଅଁଳାରସ ,ଇତ୍ୟାଦି ନିୟମିତ ସେବନ କଲେ ଏହି ରୋଗ ଦେଖା ଦିଏ ନାହିଁ ଅଭ୍ୟାସ ବଶତଃ  ବା ନିୟମିତ ଶାରୀରିକ ପରିଶ୍ରମ ବା ବ୍ୟାୟାମ ଏକଘଣ୍ଟା ଲେଖାଏଁ କରିବା ଆବଶ୍ୟକଏହା ବୃଦ୍ଧାବସ୍ଥାରେ  ନିରାମୟ ଜୀବନ ଯାପନ କରିବାକୁ ଉଚିତ ଉପାୟ ବୋଲି କୁହାଯାଏ  |

ବିଦ୍ରଧି ବା ବ୍ରଣ ରୋଗର ଚିକିତ୍ସା (Boils & Abscess)

ବର କୋଳି ଆକୃତିର ବା ମଟରଦାନା ଭଳି ଆକୃତି ଵିଶିଷ୍ଟ ରୂପେ ଶୋଧ ଦେଖାଇ ଦାହ ,ଯନ୍ତ୍ରଣା ସହିତ ପାଚିଥାଏ   ଏହା ଶରୀରର ଯେ କୌଣସି ସ୍ଥାନରେ ଉତ୍ପତ୍ତି ହୋଇପାରେ  ଚିକିତ୍ସା ଶାସ୍ତ୍ରରେ ଏହାକୁ ବିଦ୍ରଧି ବା ବ୍ରଣ କୁ ଦୁଇ ଭାଗରେ ବିଭକ୍ତ କରାଯାଇଛି |
1.ଅନ୍ତ୍ର ବିଦ୍ରଧି   ଲକ୍ଷଣ ପ୍ରକାଶ ପାଇଲେ -ସଜନା ମୂଳ ଛେଲି ରସ ଓ ପୁରୁଣିମୂଳ ରସ ସମଭାଗରେ ନେଇ ମହୁ ସହିତ ଏକ ସପ୍ତାହ ପର୍ଯ୍ୟନ୍ତ ଖାଲି ପେଟରେ ସକାଳୁ ସେବନ କରନ୍ତୁ |
2.ସବୁ ପ୍ରକାର ବ୍ରଣଶୋଥର ଆରମ୍ଭରୁ ଦୁଦୁରା ମୂଳ ସହିତ ସୋଇନଧୋବ ଲଵଣ ସହିତ ମିଶାଇ ଶିଳରେ ଗରମ କରି ଲେପ ଦେଲେ ତାହା ବସି ଯାଏ   ବ୍ରଣ ପାଚିଲେ ହାତରେ ଚିପି ସଫା କରିବା ଉଚିତ  ଯଦି ଏହା ସମ୍ଭବ ନ ହୁଏ ତେବେ ଶସ୍ତ୍ରକ୍ରିୟା କରିବା କର୍ତ୍ୟବ୍ୟ ବ୍ରଣ କୁ ପଚାଇବା କେତେକ ସହଜ ଉପାୟ ନିମ୍ନୋରେ ଉଲ୍ଲେଖ କୋରା ଗଲା-  

 1.ବଟା ହଳଦୀ କୁ ଉଷୁମ କରି ବ୍ରୋଣର ଚାରି ପାଖରେ ଲେପ ଦେଲେ (ରାତ୍ରିକାଳରେ)ଏହା ଖୁବ ଶୀଘ୍ର ପଚି ଯାଏ
2.ବ୍ରଣ ପାଚିବା ପରେ ପୂଯ ରକ୍ତ ନିର୍ଗତ ନ ହେଲେ -ଦନ୍ତୀମୂଳ ,ଚିତାମୁଳ ବା କନିଅର ମୂଳ ବାଟି ଲେପ ଦେବ ନଚେତ ପରା ଓ କାଉ ବିଷଠା ଲେପ ଦେବ  କ୍ଷତ ସ୍ଥାନକୁ ଧୋଇବା ପାଇଁ ନିମ୍ବପତ୍ର ଓ ବରଛେଲି କ୍ୱାଥ ବ୍ୟବହାର କରିବ କେବଳ ଅନନ୍ତ ମୂଳ ବା ସୁଗନ୍ଧିର ପ୍ରଲେପ ଦେଲେ ଦୁଷ୍ଟ ବ୍ରଣ ଶାନ୍ତହୁଏ
3.ବ୍ରଣଶୋଥରୁ ପୂଯରକ୍ତ ନିର୍ଗତ ହେବା ପରେ କୌଣସି ଲେପ ଦରକାର ହୁଏ ନାହିଁ ତାହା ଆପେ ଆପେ ଶୁଖିଯାଏ  |
4.କୌଣସି ଅସ୍ତ୍ରଶସ୍ତ୍ର ବା ଦୁର୍ଘଟଣା ଦ୍ୱାରା ଶରୀରେ କ୍ଷତ ହୋଇ ଅଧିକ ରକ୍ତ ସ୍ରାବ ହେଲେ -ଅପମାରଗପତ୍ର ରସ ,ଦନ୍ତିପତ୍ର ରସ ,ବା ଦୁବ ଘାସରସ ପ୍ରୟୋଗକଲେ ରକ୍ତସ୍ରାବ ବନ୍ଦ ହୁଏ କିମ୍ବା ବିଶଲ୍ୟକରଣୀ  ପତ୍ରରସ ପ୍ରୟୋଗ କଲେ ରକ୍ତସ୍ରାବ ବନ୍ଦ ହୁଏ   |
5.ପଇଡ଼ ପାଣି ପିଇ ବାକୁ ଦେଲେ ରକ୍ତ ସ୍ରାବ ବନ୍ଦ ହୁଏ  |
6.ପଇଡ଼ ପାଣିରେ କ୍ଷତ ସ୍ଥାନକୁ ଧୋଇବା ପରେ ଉପରୋକ୍ତ ପତ୍ର ରସମଧ୍ୟରୁ ଯେ କୌଣସି ଗୋଟିଏ ପତ୍ରରସ ତୁଳା ବୁଡାଇ କ୍ଷତ  ସ୍ଥାନରେ ପୋଟି  ବାନ୍ଧିବେ କ୍ଷତ ଅଧିକ ବା ଗଭୀର ହୋଇଥିଲେ ସିଲେଇ କରିବା ଆବଶ୍ୟକ  ଏହା ଦ୍ୱାରା କ୍ଷତ ଖୁବ ଶୀଘ୍ର ଶୁଖିଯାଏ  |

ସ୍ୱରଭଙ୍ଗ ସହଜ ଚିକିତ୍ସା (Hoarsness )

1.ବନ ଯୁଆଣି , ହଳଦୀ,ଅଁଳା,ଯବକ୍ଷାର,ଚିତାମୁଳ ସମାନ ଭାଗରେ ନେଇ ଚୁର୍ଣ୍ଣ କରିବ   ଶୋହେ ଗ୍ରାମ ମହୁ ସହିତ ଗାଈ କ୍ଷୀର ପଚାଶ ଗ୍ରାମ ମିଶାଇ ରଖିବେ   ପାଞ୍ଚ ଗ୍ରାମ ଚୁର୍ଣ୍ଣ ସହିତ ଦୁଇ ଚାମଚ ଘିଅ ମହୁ ମିଶାଇ ତିନିବେଳା ଦିନକୁ ସେବନ କଲେ ସବୁ ପ୍ରକାର ସ୍ୱର ଭଙ୍ଗ ନଷ୍ଟ ହୁଏ |

2.ବରକୋଳି ପତ୍ର ଶହେ ଗ୍ରାମ ସହିତ ପଚିଶ ଗ୍ରାମ ସୋଇନଧବଲଵଣ ମିଶାଇ ବାଟି ଶହେ ଗ୍ରାମ ଗୁଆଘିଅ ସହିତ ଭାଜି ରଖିବେ   ମାତ୍ର ଦଶ ଗ୍ରାମ ଲେଖାଏଁ ଦ୍ୱିବେଳ ସେବନ କଲେ ବାତଜ ସ୍ୱର ଭଙ୍ଗ ନାଶ ହୁଏ |

3.ପିପପଳି .ମରିଚ ,ପିପପଳମୂଳ ,ଶୁଣ୍ଠୀ ସମଭାଗରେ ଚୁର୍ଣ୍ଣ କରି ଗୋମୂତ୍ର ଦ୍ୱାରା ଭାବନା ଦେଇ ଖରାରେ ଶୁଖାଇ ରଖିବ ପାଞ୍ଚ ଗ୍ରାମ ଲେଖାଏଁ ଦିନକୁ ଦୁଇ ଗ୍ରାମ ସେବନ କଲେ କଫଜ ସ୍ୱର ଭଙ୍ଗ ନଷ୍ଟ ହୁଏ |
4.ଗାଈ କ୍ଷୀର ଏକ ଗ୍ଲାସ ସହିତ ଅଁଳା ଚୁର୍ଣ୍ଣ ଏକ ଚାମଚ ମିଶାଇ ସକାଳ ସନ୍ଧ୍ୟାରେ ପାନକଲେ ପିତ୍ତଜ ସ୍ୱରଭଙ୍ଗ ନଷ୍ଟ ହୁଏ |

ସ୍ୱରଭଙ୍ଗର ପଥ୍ୟା ପଥ୍ୟ 

ବାତଜ ସ୍ୱର ଭଙ୍ଗରେ -ପୁରୁଣା ଘିଅ ଓ ପୁରୁଣା ଗୁଡ଼  ସହିତ ଅନ୍ନ ଭୋଜନ କରି ଉଷୁମ ପାଣି ପିଇବ ,କଫଜ ଓ ମେଦଜ ସ୍ୱରଭଙ୍ଗରେ ଉଷୁମ ଜଳ ସହିତ ମହୁ ମିଶାଇ ଦିନକୁ ଦୁଇଥର ଖାଲି ପେଟରେ ପାନକରିବ ପିତ୍ତଜ ସ୍ୱରଭଙ୍ଗରେ ଲେମ୍ବୁ ମିଶ୍ରି ସରବତ ସକାଳ ସନ୍ଧ୍ୟାରେ ପାନ କରିବ ଏବଂ ଦ୍ୱିପହର ରେ ଦୁଧ ଭାତ ସେବନ ସେବନ କରିବ  କ୍ଷୟଜ ଓ ତ୍ରିଦୋଷ ସ୍ୱର ଭଙ୍ଗରେ ସ୍ୱାଶ ରୋଗର ପଥ୍ୟା ପାଳନ କରିବା ସହିତ -ହଳଦୀ ,ବଚ ,କୁଢ଼ ପିପପୁଳି , ଶୁଣ୍ଠୀ ,କଳାଜିରା ଯୁଆଣି ,ଯଷ୍ଟିମଧୁ,ସୋଇନଧବ ଲଵଣ ଏହାର ପ୍ରତେକ ଚୁର୍ଣ୍ଣ ସମାନ ଭାଗରେ ଗ୍ରହଣ କରି ଗୁଆଘିଅରେ ଆଲୋଡ଼ନ କରି ଆବୋଲେହ ପ୍ରସ୍ତୁତ କରି ରଖିବ  ମାତ୍ର ଦଶ ଗ୍ରାମ ଦିନକୁ ଦୁଇ ଥର ସେବନ କରବା ଉଚିତ |
ବି :ଦ୍ର -ସ୍ୱର ଭଙ୍ଗ ରୋଗରେ କେବଳ ଆୟୁର୍ବେଦ ଚିକିତ୍ସା ରେ ହିଁ ସୁଫଳ ମିଳି ଥାଏ କୌଣସି ବ୍ୟକ୍ତିର କଣ୍ଠ ସ୍ୱରରେ ଅସ୍ଵାଭାବିକତା ପରି ଲକ୍ଷିତ  ହେଲେ ଏବଂ ଏହି ଅସୁବିଧା ଦୁଇ ସପ୍ତାହରୁ ଅଧିକ ହେଲେ ତାହାକୁ ସ୍ୱରଭେଦ ବୋଲି ବୁଝିବାକୁ ହେବ ତେଣୁ ଆୟୁର୍ବେଦ ଚିକିତ୍ସକ ମାନଙ୍କ ପରାମର୍ଶ ରେ ଔଷଧ ସେବନ କରିବା ଉଚିତ |

ସ୍ୱରଭଙ୍ଗ ଚିକିତ୍ସା (Hoarsness )

ସ୍ୱରଭଙ୍ଗ ବା ତଣ୍ଟିବସିବା ଭଳି ରୋଗର କାରଣ ଗୁଡିକ ମଧ୍ୟରେ ଅତି ଉଚ୍ଚ ସ୍ୱରରେ ଭାଷଣ କିମ୍ବା ଗାୟନ କଲେ କିମ୍ବା ବିଷାକ୍ତ ଦ୍ରବ୍ୟ  ଭକ୍ଷଣ କଲେ କଣ୍ଠ ଦେଶରେ ଆଘାତ ପ୍ରାପ୍ତ ହେଲେ ବାଟ ,ପିତା କଫ ପ୍ରକୁପିତ ହୋଇ ସ୍ୱବାହୀ  ଧମନୀ କୁ ବିକୃତ କରି ସ୍ୱରଭଙ୍ଗ ରୋଗ ଉତ୍ପନ୍ନ ହୋଇଥାଏ ଆୟୁର୍ବେଦିକ ମତରେ ଏହି ରୋଗ 6 ପ୍ରକାର ଯଥା-ବାତଜ ,ପିତଜ,କଫଜ,ସନ୍ନିପାତଜ ,ମେଦଜ,କ୍ଷୟଜ  

throt -hoarsness -desease

   ଏହାର ଲକ୍ଷଣ :-  ବାତଜ ସ୍ୱରଭଙ୍ଗର ଗଧଭଳି କର୍କଶ ସ୍ୱର ନିର୍ଗତ ହୁଏ ଚକ୍ଷୁ ,ମୁଖ, ଓ କୋମଳ ମୂତ୍ର କୃଷ୍ଣ ବର୍ଣ୍ଣ ହୁଏ ପିତ୍ତଜ ସ୍ୱରଭଙ୍ଗରେ ଚକ୍ଷୁ ,ମୁଖ ଓ ମୂଳମୂତ୍ର ପିତବର୍ଣ୍ଣ ହୋଇଥାଏ ଏବଂ ଉଚ୍ଚାରଣ ବେଳେ କଣ୍ଠରେ ଦାହ ଅନୁଭୂତ ହୋଇଥାଏ କଫଜସ୍ୱରଭଙ୍ଗରେ  ଶ୍ଳେଷ୍ମା ଦ୍ୱାରା କଣ୍ଠ ରୁଦ୍ଧ ହୋଇ ରାତ୍ରି କାଳରେ କଣ୍ଠ ସ୍ୱର କ୍ଷୀଣ ହୋଇଥାଏ ଦିନରେ ସୂର୍ଯ୍ୟ କିରିଣ ଦ୍ୱାରା କଫର ଶାନ୍ତ ଆବୋଥା ହେତୁ ରାତ୍ରି ଅପେକ୍ଷା ଦିନରେ ରୋଗୀ ସ୍ପଷ୍ଟୋ ଉଚ୍ଛାରଣ କରି ପାରେ ସନ୍ନିପାତ ସ୍ୱରଭଙ୍ଗରେ ଗଳା ରେ ମେଦ ଓ ଶ୍ଳେଷ୍ମ ଜମି ରହେ ରୋଗୀ ଅସ୍ପଷ୍ଠ ଉଚ୍ଚାରଣ କରି କଣ୍ଠରେ ପୀଡ଼ାହୁଏ ,ଧାତୁ କ୍ଷୟରୁ ଜାତ  ସ୍ୱରଭଙ୍ଗ ରୋଗରେ ଧୂଆଁ ଜମିରହିବା ଭଳି ବୋଧ ହୁଏ ଏହିପରି ରୋଗୀ ହତବକ ହୋଇ ରହିଲେ ବଞ୍ଚିବା ଆଶା କ୍ଷୀଣ  ହୁଏ |

ଜ୍ଵରାତିସାର ରୋଗ ଚିକିତ୍ସା (Mucuscolitis)

ଜ୍ୱର ସହିତ ଅତିସାର ,ଏହି ଦୁଇଟି ଏକସଙ୍ଗେ ଉପସ୍ଥିତ ହେଲେ-ଜ୍ଵରାତିସାର କୁହାଯାଏ ଏହାର ସ୍ୱତନ୍ତ୍ର ଚିକିତ୍ସା ପାଇଁ ସ୍ୱତନ୍ତ୍ରରୁପେ ନିର୍ଦ୍ଧେଶିତ ହୋଇଛି ଏହି ରୋଗର କାରଣ ଗୁଡିକ ମଧ୍ୟରେ ,ଜ୍ଵର ଅବସ୍ଥାରେ ନିଷେଧ ସେବନ କଲେ ଯଥା -ଦୂଷିତ ଜଳପାନ,ପିତ କାରକ ଭୋଜନ ଓ ଦୂଷିତ ବାୟୁ ସେବନ କିମ୍ବା ଯେଉଁ ଜ୍ଵରରେ ପିତଦୋଷ ଅଧିକ ଥାଏ ସେଥିରେ ମଧ୍ୟ ଜ୍ଵରାତିସାରଦେଖାଦେଇଥଏ  |

ରୋଗର ପ୍ରଥମ କର୍ତ୍ୟବ୍ୟ ପ୍ରଥମେ ରୋଗୀକୁ ଉପବାସ ରଖି ଆମ ପାଚକ ଔଷଧ ବ୍ୟବସ୍ଥା କରିବା ଉଚିତ ଏହାଦ୍ୱାରା ଆମଦୋଷର ପରିପାକ ହୋଇ ଅଗ୍ନିବୃଦ୍ଧି ହୋଇଥାଏ | ଯଥା
1-ଧୋନିଅଁ ,ଶୁଣ୍ଠୀ ଅତୁଳସୀ ,ଵାଳା ,ମୁଥା,କୋଷିବେଲ କିମ୍ବା ବେଲପତ୍ର ସମାନ ଭାଗରେ ନେଇ ଅଥଗୁଣ  ଜଳରେ ସିଝାଇ ଏକ ଚତୁର୍ଥାଂଶ ପାଚନ ରହିଲେ ଛାଣି ଅର୍ଦ୍ଧ ଭାଗ ମିଶ୍ରି ମିଶାଇ ପାନ କଲେ ଜ୍ଵରାତିସାର  ଓ ଏହାର ଉପଦ୍ରଵ ଶାନ୍ତ ହୁଏ   |
2-କେରୁଆଁ ଛେଲି ,ଶୁଣ୍ଠୀ ,ଗୁଳିଚି ,ମୂଥା ,ଅତୁସି ସମଭାଗରେ ନେଇ ପାଚନ ପ୍ରସ୍ତୁତି କରି ସେବନ କଲେ ଜ୍ଵରାତିସାରି ଶାନ୍ତ ହୁଏ
3-ନୀଳୋତ୍ପର ,ପଦ୍ମକେଶର ,ଡାଳିମ୍ବଚୋପା ,ସମାନ ଭାଗରେ ନେଇ ଚୁର୍ଣ୍ଣ କରି ତଣ୍ଡୁଳୋଦକ ସହିତ ସେବନ କଲେ ଜ୍ଵରାତିସାର ନଷ୍ଟ ହୋଇଥାଏ  |

Mucuscolitis-desease

4-ପୂର୍ଣ୍ଣମାତ୍ରା=12 ଗ୍ରାମ ଚୁର୍ଣ୍ଣ କୁ ଚାଉଳ ଧୁଆ ପାଣି ସହିତ ସେବନ କରିବା ଉଚିତ  ଶୋହେଗ୍ରାମ ଅରୁଆ ଚାଉଳକୁ ଦୁଇ ଶହ ମିଲି ଗ୍ରାମ ଗରମ ଜଳରେ 15 ମିନିଟ ଭିଜାଇ ଚକଟି ମନ୍ଥିବା ପରେ ଯେଉଁ ଜଳ ବାହାରିବ ତାହାକୁ ତଣ୍ଡୁଳୋଦକ କୁହାଯାଏ ଏହାକୁ ଅନୁପାନ ରୂପେ ଗ୍ରହଣ କରିବା ଉଚିତ  ଚିକତ୍ସା ଶାସ୍ତ୍ରରେ ଯେଉଁଠାରେ ଚାଉଳ ଧୁଆ ପାଣିର ଅନୁପାନ ଉଲ୍ଲେଖ ଅଛି ତାହା ଏହି – ‘ତଣ୍ଡୁଳୋଦକ’ ଅଟେ
ଜ୍ଵରାତିସାର ରସ ଶୁଦ୍ଧ ମହୁରା ,ଶୁଦ୍ଧ ଟାଙ୍ଗଣଖୋଈ  ଓ ପିପପଳୀ ପ୍ରତେକ ସମାନ ଭାଗ, ସମୁଦାୟର ସମାନ ଭାଗ ଶୁଦ୍ଧହିଙ୍ଗୁଳ,ଏକତ୍ର କାଗିଜି ଲେମ୍ବୁ ରସରେ ମର୍ଦ୍ଧନ କରି ଅଧଗ୍ରାମ ମାତ୍ରରେ ବଟିକା ପ୍ରସ୍ତୁତ କରି ଥଣ୍ଡାଜଳ ସହିତ ସେବନ କରିବେ ଏହା ଜ୍ଵରାତିସାର ରୋଗର ଶ୍ରେଷ୍ଠ ଔଷଧ |

ଜ୍ଵରାତିସାରର ପଥ୍ୟାପଥ୍ୟ     ଜ୍ଵରାତିରୋଗରେ ଯେଉଁ ସବୁ ପଥ୍ୟାପଥ୍ୟ ବ୍ୟବସ୍ଥା ରହିଛି ସେହିସବୁ ବ୍ୟବସ୍ଥା ପାଳନ କରିବା ଜ୍ଵରାତିସାର ରୋଗର ପାଳନ କରିବା କର୍ତ୍ୟବ୍ୟ |
ବି:ଦ୍ର -ବିସୂଚିକା ବା cholera ରୋଗରେ ଅହିଫେନାସବ ସହିତ କର୍ପୁରରସ କରାଇବା ନିହାତି ଜରୁରୀ !

କର୍ଣ୍ଣଗତରୋଗର ସହଜ ଚିକିତ୍ସା

(1)ଅଦାରସ ଦଶଗ୍ରାମ ,ମହୁପାଞ୍ଚଗ୍ରାମ,ଖୋସାତେଲ ପାଞ୍ଚଗ୍ରାମ,ସୈନ୍ଧବଲଵଣ ଏକଗ୍ରାମ ଏକତ୍ର ମିଶାଇ ରଖିବେ ଏହାକୁ କର୍ଣ୍ଣରେ ଦୁଇତିନି ବୁନ୍ଦା ପକାଇଲେ କର୍ଣ୍ଣ ଶୁଳ ,କର୍ଣ୍ଣନାଦରୁ  ମୁକ୍ତ ମିଳିଥାଏ (2)ସୋରିଷତେଲ ପଚିଶଗ୍ରାମ ସହିତ ଦଶଗ୍ରାମ ରସୁଣ ଛେଚି ମିଶ୍ରଣକୁ ଗରମ କରି ଦିଅନ୍ତୁ ସମ୍ପୂଣ୍ଣ ଫୁଟି ଗୋଲାପରେ ଏହକୁ ରଖିଦିଅନ୍ତୁ ଏହି ତେଲଟି ଉଷୁମ ହେଲାପରେ କାନରେ ପକାଇଲେ କଣ ରୋଗ ଭଲ ହୋଇଥାଏ  (3)ଦୁଇ ବୁନ୍ଦା ତାରପିନ ତେଲ କାନରେ ପକାଇଲେ କର୍ଣ୍ଣ ଶୁଳ ଆଶୁ ଆରୋଗ୍ୟ ଲାଭ ହୋଇଥାଏ 

ear -desies-home-remedies

(4)ଗୋମୂତ୍ର କୁ ଉଷୁମ କରି ତୁଳା କାଠିରେ ବୁଡାଇ ପୂଯ ସ୍ରାବ କାନକୁ ସଫା କରିବା ଉଚିତ କିମ୍ବା ନିମ୍ବ ପତ୍ର ସିଝା ଜଳରେ କାନକୁ ସଫା କରି ଔଷୋଧ ପ୍ରୟୋଗ କରିବା ଉଚିତ 

(5)ଗୋମୂତ୍ରରେ କାନ ସଫା କରି ହରିତାଳଭସ୍ମ ଗୋମୂତ୍ର ସହିତ ମର୍ଦ୍ଧନ କରି କାନରେ ପକାଇଲେ ପୁତିକର୍ଣ୍ଣ ବିନାଶ ହୁଏ (6)ମାଳତୀ ପତ୍ର ରସ ସମଭାଗରେ ମିଶାଇ କାନରେ ପକାଇଲେ କର୍ଣ୍ଣପାକ ପୁତିକର୍ଣ୍ଣ ରୁ ଆରୋଗ୍ୟ ମିଳିଥାଏ (7)ଶହେ ଗ୍ରାମ ସୋରିଷ ତେଲରେ ଦୁଇଟି ଶାମୁକାର ମାଂସ ପକାଇ ନିଆଁରେ ପାକକରି ମାଂସ ପୋଡ଼ିଗଲେ ତେଲ ଛାଣି ରଖିବେ ଏହି ତେଲ ଦିନକୁ ଦୁଇଥର କାନରେ ପକାଇଲେ କର୍ଣ୍ଣସ୍ରାବ ପୁତି କର୍ଣ୍ଣ ଆରୋଗ୍ୟ ଲାଭ ହୋଇଥାଏ 

ear -desies-home-remedies

(8)ଅଭ୍ରଭସ୍ମ ,ଲୌହଭସ୍ମ ,ଶିଳାଜତୁ ପ୍ରତେକ ଏକ ଭାଗ ,ସ୍ୱର୍ଣ୍ଣଭସ୍ମ ଏକଭାଗ ,ଅଁଳାଚୁର୍ଣ   ପଦ୍ମମଞ୍ଜି  ଚୁର୍ଣ୍ଣ ପ୍ରତେକ ଦୁଇଭାଗସମସ୍ତ ଦ୍ରବ୍ୟ ଏକତ୍ର ମର୍ଦ୍ଧନ କରି ସମଭାଗ ମିଶ୍ରି ଗୁଣ୍ଡ ମିଶାଇ ରଖିବେ  ଏକ ଚାମଚ ବା ପାଞ୍ଚଗ୍ରାମ ସକାଳେ ଖାଲି ପେଟରେ ଖାଇଲେ କର୍ଣ୍ଣନାଦ,କର୍ଣ୍ଣକ୍ଷେଡ଼ ,କର୍ଣ୍ଣଶୁଳ ଇତ୍ୟାଦି ବିନାଶ ହୋଇଥାଏ ଏହି ଔଷଧ କୁ (1)ନମ୍ବରର ଔଷଧ ସହିତ ସେବନ କରିବା ଉଚିତ ଏବଂ (6)ନମ୍ବର ଔଷଧ ସହିତ ସେବନ କଲେ ପୁରାତନ କାନପଚା ରୋଗ ଭଲ ହୋଇଥାଏ  ନିଷେଧ –ପୁରାତନ କାନପଚା ରୋଗୀଦହି ,ବିରି,ପିଠା, ବାସିପଖାଳ,ଚୁଡା ,ଗୁଡ ,ପାଚିଲାକଦଳୀ ଖଟା ଖାଇବେ ନାହିଁ  ଏବଂ ଦିନରେ ଶୋଇବେ ନାହିଁ  

ବାତଜ ଜନିତ ରୋଗ

ବାତଜ ରୋହିଣୀ ରୋଗରେଡ଼ିମିରି ପତ୍ର ଘର୍ଷଣ କରି ରକ୍ତ ଶୋଷଣ କରିବା ପରେ ଖୋସା ତେଲରେ ଲଵଣ ସଂଯୋଗ କରି ଅଳ୍ପ ଉଷୁମ ଥିବା ଅବସ୍ଥାରେ ମୁଖରେ ଧାରଣ କରିବେ   
ପିତ୍ତଜ  ରୋହିଣୀ ରୋଗରେ ରକ୍ତ ଚନ୍ଦନ ଗୁଣ୍ଡ,ଚିନି ,ସମ ଭାଗରେ ମିଶ୍ରଣ କରି ଘର୍ଷଣ କରିବେ ରକ୍ତଜ ରୋହିଣୀ ରୋଗରେ ମଧ୍ୟ୍ୟ ଏହି ବ୍ୟବସ୍ଥା କରିବେ  
କଫଜ ରୋହିଣୀ ରୋଗରେ ଘର ଅଳନ୍ଧୁ କଟୁକି ଚୁର୍ଣ୍ଣ ଘର୍ଷଣ କରିବେ ପ୍ରଥମେ ଡ଼ିମିରିପତ୍ର ଦ୍ୱାରା ରକ୍ତ ମୋକ୍ଷ କରିବେ 
 ରସସିନ୍ଦୁର ,ଅଭ୍ରଭସ୍ମ ,ଲୌହଭସ୍ମ ,ଶୀଳାଜୀତ ,ଗୁଗଗୁଳ ,ମନଶୀଳା ,ସ୍ୱର୍ଣ୍ଣମକ୍ଷିକ,ପ୍ରତେକ ଦ୍ରବ୍ୟ ସମଭାଗରେ ନେଇ ମହୁସହିତ ମର୍ଦ୍ଧନକରି  ଏକ ଗ୍ରାମ ମାତ୍ରାରେ ବଟିକା ତିଆରି କରି ରଖିବେ ଦିନକୁ ତିନୋଟି ବଟିକା ତିନିବେଳାରେ ସେବନ ସମସ୍ତ ପ୍ରକାର କଣ୍ଠ ଗତ ତାଳୁଗତ, ଜିହ୍ୱା ଗତରୋଗର ଆରୋଗ୍ୟ ଲାଭ ହେଇଥାଏ  
ମୁଖ ଗହ୍ୱର ରୋଗର ପଥ୍ୟାପଥକଫ କାରକ ଖାଦ୍ୟ ଯଥା ଚୁଡା ,ଗୁଡ, ଦହି, ବିରି, ଅରୁଆ ,ପାଚିଲାକଦଳୀ, ବାସି ପଖାଳ,ଦହି କାକୁଡି, ଖଟା, ଆଚାର, ରାଗ, ମସଲା, ଖାଇବେ ନାହିଁ  

କୃମିଜନିତ ରୋଗ

ବାହ୍ୟ ଅଭ୍ୟନ୍ତର ଭେଦରେ ଦୁଇ ପ୍ରକାର କୃମି ଦେଖାଯାନ୍ତି  ବାହ୍ୟ କୃମି ଯଥା ଉକୁଣୀ ,ଚର୍ମଉକୁଣି ,ନିଖୋ ରୁପି  ଅଭ୍ୟନ୍ତର କୃମି ନାମ ଭେଦରେ କୋଡିଏ ପ୍ରକାର ଅଟନ୍ତି ଏବଂ ଉତ୍ପତି ଭେଦରେ ଚାରି ଭେଦରେ ବିଭକ୍ତ କୋରାଯାଇଛି  ଯଥା ବହିରମଳଉତ୍ପନ,କଫଉତ୍ପନ,ରକ୍ତଉତ୍ପନ,ମଳଉତ୍ପନ ଇତ୍ୟାଦି 
ବହିର ମଳଉତ୍ପନ୍ନ କୃମି 
ବାହାର ମଳରୁ ହସ୍ତପାଦର ନଖଦ୍ୱାରା ଶରୀର ମଧ୍ୟକୁ ପ୍ରବେଶ କରନ୍ତି ଏହି କୃମିକୁ  ଅଙ୍କୁଶ କୃମି ବା hook worm କୁହାଯାଏ 
କଫଜକୃମି 
ଚୁଡା,ଦହି, ଗୁଡ, ମାଛ,ମାଂସ ,ମଦ୍ୟ , ଅମ୍ଳ ଦ୍ରବ୍ୟର ଅତ୍ୟଧିକ ସେବନରୁ ଜାତ ହୁଏ    ଏହି କୃମି ନାମ ଭେଦରେ ସାତପ୍ରକାର ଏବଂ ଏମାନେ ଅପକ୍ୟ ରସରୁ ବା  କଫ ଦୋଷରୁ ଉତ୍ପନ ହୋଇ ଶରୀର ମଧ୍ୟକୁ ପ୍ରବେଶ କରି ଶରୀରର ମଜ୍ଜାକୁ`ଭକ୍ଷଣ କରନ୍ତି    ଏହା ଦ୍ୱାରା ଶିରରୋଗ ,ହୃଦରୋଗ ନାସାରୋଗ ଉତ୍ପତି ହୋଇଥାଏ 
ରକ୍ତଜକୃମି 
ନାମ ଭେଦରେ ସାତ ପ୍ରକାର ଅଟନ୍ତି ,ଅଜୀର୍ଣ୍ଣ ଅବସ୍ଥାରେ ଭୋଜନ କରିବା କିମ୍ବା କ୍ଷୀର ଘିଅ ସହିତ ମାଛ ମାଂସ ଏକତ୍ର ଖାଇଲେ ଶରୀର ରକ୍ତକୋପରୁ ଏହି କୃମି ଜାତ ହୁଅନ୍ତି ଏହି ପ୍ରକାରର କୃମିଦ୍ୱାରା ଚର୍ମରୋଗ କୁଷ୍ଠରୋଗ ସୃଷ୍ଟିହୋଇଥାଏ   ାଏହି ଜାତୀୟ କୃମିଗଣ ପୁରାତନ ବଳଶାଳୀ ହୋଇ ରୋଗୀଙ୍କୁ ବିକଳାଙ୍ଗ କରିଥାନ୍ତି   
ମଳଉତ୍ପନ୍ନ କୃମି 
ନାମ ଭେଦରେ ପାଞ୍ଚ ପ୍ରକାରର ଅଟନ୍ତି ବିରି ,ଅରୁଆ ,ଖେଚୁଡ଼ି ,ଗୁଡ ,ଶର୍କରା ,ଲୁଣ ,ଶାଗ ଇତ୍ୟାଦି ଅଧିକ ମାତ୍ରାରେ ସେବନକଲେ ଏହି କୃମିମଳରୁ ଉତ୍ପନ୍ନ ହୋଇଥାନ୍ତି ଏହି କୃମି ଦୁଗଧ ପୋଷ୍ୟ ଶିଶୁ ଏବଂ ଅନିୟମିତ ଆହାର ସେବନ କରୁଥିବା ଶିଶୁ ମାନଙ୍କ ଠାରେ ଅଧିକ ମାତ୍ରାରେ ଦେଖାଯାଏ   ଏହି କୃମି ମଳାଶୟରୁ ଉତ୍ପନ୍ନ ହୋଇ ଫୁସଫୁସ ପର୍ଯ୍ୟନ୍ତ ବ୍ୟାପିଯାଇପାରନ୍ତି 

ସମସ୍ତ ରୋଗର ସହଜ ଚିକିତ୍ସା

ଜ୍ୱର ଏକ ସ୍ୱତନ୍ତ୍ର ରୋଗ ହେଲେ ମଧ୍ୟ ଅନେକ ପ୍ରାଣନାଶକ ରୋଗର ପସର୍ଗ ରୂପେ ଦେଖା ଦେଇଥାଏ   

 ତେଣୁ ସକଳ ରୋଗ ମଧ୍ୟରେ ଜ୍ୱରକୁ ରୋଗ ସମ୍ରାଟ ରୂପେ ମାନିବାକୁ ପଡେ  ପ୍ରାଣୀ ମାତ୍ରକେ ଜନ୍ମ ମୃତ୍ୟୁ କାଳରେ ଜ୍ଵରାର୍ତ୍ୟ ହୋଇ ଭୂମିଷ୍ଠ ଅତିଷ୍ଟ ହୋଇ ଥାନ୍ତି ବୋଲି ପ୍ରକୃତି ରୁ ଜଣାପଡ଼ିଥାଏ   

ଜ୍ଵରର କାରଣ  ଲକ୍ଷଣଅନିୟମିତ ଆହାର ଦ୍ୱାରା ଶାରୀରିକ ବାତ ,ପିତ, କଫ  ଆମୟସକୁ ଯାଇ ଅଗ୍ନି ରସ ସହିତ ମିସି ରସବାହି    ସ୍ଵେଦବାହି  ପଥସମୂହକୁ ରୁଦ୍ଧ କରି ପାଚକାଗ୍ନିକୁ ନଷ୍ଟ କରିଥାଏ   ଏହି କାରଣ ରୁ ମଳାଶୟର ଉତ୍ତାପ ବୋହିର୍ଦେଶକୁ ଆସି ସମସ୍ତ ଶରୀର ବ୍ୟାପୀ ଜ୍ଵର ହୋଇ ଥାଏ  
 ଲକ୍ଷଣଝାଳର ଅବରୋଧ ,ଅଭ୍ୟନ୍ତର ସନ୍ତାପ ପୀଡା ଏହି ତିନିଗୋଟି ଲକ୍ଷଣ ଯେଉଁଠାରେ ଏକତ୍ର ପ୍ରକାଶ ପାଏ ତାହାକୁ ଜ୍ଵର କୁହାଯାଏ  
ବାତ ଜ୍ୱରର ଲକ୍ଷଣଜ୍ଵର ଆସିବା ମାତ୍ରେ କଣ୍ଠ ଓଠରେ ଶୁସ୍କତା ଦେଖାଯାଏ   ଅନିଦ୍ରା, ଛିଙ୍କ ଲାଗିବ ,ମସ୍ତକ ହୃଦୟରେ ପୀଡା ,ମଳରୋଧ ପେଟ ପମ୍ପା ଆଦି ଲକ୍ଷଣ ଦେଖାଦେଇଥାଏ  
ପୀତଜ୍ଵର   ଲକ୍ଷଣଶରୀରର ଅଧିକ ଉତ୍ତାପ ସହିତ କାହାର ହଳଦୀ ବର୍ଣ୍ଣ ତରଳ ଝାଡା ,ବାନ୍ତି ,ମୁଣ୍ଡବୁଲାଇବା, ଝାଳନିର୍ଗତ ହେବା ମୁଣ୍ଡରେ ତିକ୍ତସ୍ଵାଦ ତଥା ମଳମୂତ୍ର ଚକ୍ଷୁ ପୀତ ବର୍ଣ୍ଣ ଧାରଣ କରିଥାଏ   କଫ ଜ୍ଵରର ଲକ୍ଷଣଶରୀର ମୁଣ୍ଡ ଓଜନିଆ ଲାଗିବା,ଶୀତ ବାନ୍ତି ଲାଗିବା,ଲୋମଟାଙ୍କୁରୀ ଉଠିବା,ଅଳସୁଆ ନିଦ ଲାଗିବା ଦେହର ଉତ୍ତାପ ଧୀର ମଂଥର ,ଅରୁଚି ଚକ୍ଷୁରେ ଲୁହ ଜମିବା ସହିତ ଜିଭ ଶ୍ୱେତବର୍ଣ୍ଣ ଦେଖାଦେଇଥାଏ  
ବାତକଫ ଜ୍ଵରର ଲକ୍ଷଣଶରୀର ଦାହ ,ହ୍ରୁତକମ୍ପନ ,ଦୁର୍ବଳତା ଗଣ୍ଠିବ୍ୟଥାତୃଷ୍ଣା ଅଧିକ ସନ୍ତାପ ଅନୁଭୂତ ହୁଏ  
fever-home-remediesବାତ କଫ ଜ୍ଵରରର ଲକ୍ଷଣଶରୀରରେ ବେଦନା ସହିତ କଫସ୍ରାବ ,କାଶ, ପୀତ,କମ୍ପନ,ମୁଖ   ନାକରୁ ଜଳ ସ୍ରାବ ହୋଇଥାଏ ଅରୁଚି ମଧ୍ୟ ଦେଖାଦେଇଥାଏ  
ପୀତ କଫ ଜ୍ଵରର ଲକ୍ଷଣବାରମ୍ବାର କମ୍ପ ,ଦାହ ,ଶୀତ ଝାଳ ନିର୍ଗତ ,ବାନ୍ତି ଦୁର୍ବଳତା ଲକ୍ଷଣ ପ୍ରକାଶ ପାଇଥାଏ  
ସନ୍ନିପାତ ଜ୍ଵରର ଲକ୍ଷଣଗାତ୍ରୋଘୁର୍ଣନ ,ନିଦ୍ରା ହେବା ,ଶ୍ଵାସ ,ତନ୍ଦ୍ରା ସ୍ପର୍ଶଜ୍ଞାନର ଅଭାବ ,ଅରୁଚି ,ତୃଷା ,ପ୍ରଳାପ, ଶରୀର ଦାହ ,ହୃଦୟରେ ବେଦନା ,ଦାନ୍ତ ଜିଭରେ ଖରୋସ୍ପର୍ଶୀ ,କଣ୍ଠରେ ଅବ୍ୟକ୍ତ ଧ୍ୱନି ,ମୁଖ ନାକରେ କ୍ଷତ ,ଜ୍ଞାନ ନାଶ ମଳର ଅବରୋଧ ତଥା ବିଳମ୍ବରେ ଝାଳ ନିର୍ଗତ ସହିତ ବାତ କଫର ମିଳିତ ଲକ୍ଷଣ ସବୁ ପ୍ରକାଶ ପାଇଥାଏ  
ଅଭିନ୍ୟାସ ଜ୍ଵରର ଲକ୍ଷଣସନ୍ନିପାତ ଜ୍ଵରର ତୀବ୍ର ଅବସ୍ଥା କୁ ଅଭିନ୍ୟାସ ଜ୍ଵର କହନ୍ତି  ାଏଥିରେ ବାତ ,ପିତ ,କଫ ,ଅତିଶୟ ଭାବେ ପ୍ରକୁପିତ ହୋଇଥାଏ  ାରୋଗୀର ଶ୍ରବଣ ଘ୍ରାଣ ଶକ୍ତି ହ୍ରାସ ପାଇଥାଏ  ାରୋଗୀ ଆତ୍ମୀୟ ସଜ୍ଜନ କୁ ଭଲ ଭାବରେ ଚିନହୀ ପରେ ନାହିଁ  ାଶରୀରରେ  ପୀଡା ଅନୁଭବ କରେ  ାଖାଦ୍ୟରେ ଅନିଚ୍ଛା ଦେଖାଦେଇଥାଏ  ାରୋଗୀ ସର୍ବଦା କୁନ୍ଥୋନ ସଂଚାଳନ ପାର୍ଶ୍ୱପରିବର୍ତ୍ତନ କରିଥାଏ  
ଆଗନ୍ତୁକ ଜ୍ଵରର ଲକ୍ଷଣଅତ୍ୟଧିକ କ୍ରୋଧରୁ ,ଅତ୍ୟଧିକ ପରିଶ୍ରମରୁ ,ଦୁଃସାହସିକ କାର୍ଯ୍ୟରୁ ,ପ୍ରେତାଗଣର ଆଦେଶରୁ,ଶରୀରର ଆଘାତ ପ୍ରାପ୍ତି ରୁ କିମ୍ବା ମଧୁମେହ ରାଜଯକ୍ଷ୍ମା ,ମିଳିମିଳା ହାଡ଼ଫୁଟ ରୋଗର ପ୍ରାରମ୍ଭରୁ ଏହିଭଳି ଲକ୍ଷଣ ପ୍ରକାଶ ପାଇଥାଏ  ାଆଧୁନିକ ବୈଜ୍ଞାନିକ ମାନେ ଏହାକୁ ସଂକ୍ରମିତ ରୋଗ ବା (Infective fever) କହନ୍ତି  
ବିଷମ ଜ୍ଵରର ଲକ୍ଷଣଜ୍ଵର ନିବାରଣ ପରେ ଶରୀର ଦୁର୍ବଳ କିମ୍ବା ଅନିୟମିତ ଆହାର ଦ୍ୱାରା ଅଳ୍ପ ବଳଦୋଷ ପୁନର୍ବାର ବୃଦ୍ଧି ହୋଇ ଵାୟୁଦ୍ୱାରା ଆମାଶୟ ,ସନ୍ଧି ପି,ବକ୍ଷ ,କଣ୍ଠ ମସ୍ତକରେ ପ୍ରବେଶ କରି   ଯଥା କ୍ରମେ ସତତ ଅନ୍ୟଦୁଷକ ,ତୃତୀୟକ ,
ଚତୁର୍ଥକପ୍ରଲେପନ ନାମକ ବିଷମ ଜ୍ଵର ସୃଷ୍ଟି କରିଥାଏ  ାମଶାଦ୍ୱରା  ବ୍ୟାପୁଥିବା ମାଳଜ୍ଵର ବା (maleria)ଏହି ଶ୍ରେଣୀର ଅନ୍ତ୍ୟଭୂକ୍ତ ଅଟେ