ପ୍ରତେକ ପୁରୁଷ ମୂତ୍ରାଶୟରେଗରିବ ତଳକୁ ଗୋଟିଏ ବାଦାମ ମଞ୍ଜି ଭଳି ଗ୍ରନ୍ଥି ଥାଏ ଏହା ମୂତ୍ର ମାର୍ଗର ଚାରି ପାର୍ଶ୍ୱରେ ଘେରି ରହି ଥାଏ ମୂତ୍ର ତ୍ୟାଗ ସମୟରେ ଓ ଯୌନକ୍ରିୟା ସମୟରେ ସେହି ଗ୍ରନ୍ଥୀଟି ବିଶେଷ ଭୂମିକା ଗ୍ରହୋଂ କରିଥାଏ ତେଣୁ ଏହାକୁ ପୌରୋଷ ଗ୍ରନ୍ଥି କୁହାଯାଏ ପ୍ରାୟ ପଚାଶ ବର୍ଷ ପରେ ଏହି ଗ୍ରନ୍ଥିର ବୃଦ୍ଧି ପାଏ ଏହା ଦ୍ୱାରା ପରିଶ୍ରା ହଟାତ ବନ୍ଦ ହେବ କିମ୍ବା ଅଳ୍ପ ଅଳ୍ପ ହେବ ଦେଖାଦେଇଥାଏ ଯୌବନାଅବସ୍ଥାରେ ଏହି ଗ୍ରନ୍ଥି ଖୁବ ସକ୍ରିୟ ଥାଏ କିନ୍ତୁ ବୋହୁ ସମୟଧରି ଯାନବାହାନ ,ମୋଟରସାଇକେଲ ,ସାଇକେଲ ,ଇତ୍ୟାଦି ଚଳାଉଥିବା ବ୍ୟକ୍ତି ଏହି ଗ୍ରନ୍ଥି ଉପରେ ବାରମ୍ବାର ଚାପ ପଡୁଥିବାରୁ ତାହା ଫୁଲି ଦରଜ ହୁଏ ଏବଂ ମୁତ୍ରାଶୟରୁ ଠିକ ସମୟରେ ଓ ସହଜରେ ମୂତ୍ର ନିର୍ଗତ ହୁଏ ନାହିଁ ଏହି ସମସ୍ୟା ଷାଠିଏ ବର୍ଷ ପରେ ଆହୁରି ଉଗ୍ର ଓ ଜଟିଳ ରୂପ ନେଇ ଥାଏ ଅବଶ୍ୟ ସମସ୍ତଙ୍କ କ୍ଷେତ୍ରରେ ସମାନ ଅବସ୍ଥା ଦେଖା ଦିଏ ନାହିଁ କିନ୍ତୁ ଏହି ରୋଗର ଅସ୍ତ୍ର ଚିକିତ୍ସା କେବଳ ଜରୁରୀ ଅବସ୍ଥାରେ କରାଯାଇଥାଏ, ମାତ୍ର ଆୟୁର୍ବେଦିକ ପଦ୍ଧତିରେ ଏହାର ଚିକିତ୍ସା ଓ ପ୍ରତିକାର ରହିଛି |
ଏହି ରୋଗର କାରଣ ଗୁଡିକ –ଅନିୟମିତ ଆହାର ବିହାର ଯଥା -ବହୁଳ ମାଦକ ଦ୍ରବ୍ୟ ସେବନ କରିବା ହେତୁ ଶାରୀରିକ ପ୍ରତିକ୍ରିୟା ସୃଷ୍ଟି ହୋଇ ପୌରୁଷଗ୍ରନ୍ଥୀ ଉପରେ କୁପ୍ରଭାବ ପଡିଥାଏ ଅତ୍ୟଧିକ ଗୁରୁପାକ ଖାଦ୍ୟ ବା ଆମିଷଦ୍ରବ୍ୟ ସେବନଦ୍ୱାରା କୋଷ୍ଠବଦ୍ଧତା ,ଅଜୀର୍ଣ୍ଣ ତଥା କମ ଜଳ ପାନ କରିବା ଦ୍ୱାରା ଏହି ସମସ୍ୟା ଦେଖାଦେଇଥାଏ ସୁତରାଂ ଏହି ସବୁ କାର୍ଯ୍ୟରୁ ଦୂରେଇରହିଵା ଆବଶ୍ୟକ ଆହୁରି ମଧ୍ୟ ଅଧିକ ମାତ୍ରାରେ ହସ୍ତ ମିଥୁମୈଥୁନ ଦ୍ୱାରା ଏହି ସମସ୍ୟା ଦେଖାଯାଇଥାଏ |
ଆଧୁନିକ ଚିକିତ୍ସକ ମାନଙ୍କ ମତ ଅନୁସାରେ ବୟସ ବୃଦ୍ଧି ଯୋଗୁଁ ଏଣ୍ଡୋଜେନ ନାମକ ରସ କ୍ଷରଣ ହେବା ଦ୍ୱାରା ପୌରୁଷଗ୍ରନ୍ଥି ଫୁଲି ଯାଇ ମୂତ୍ର ଅବରୋଧ କରେ |

ଏହି ରୋଗୀର କର୍ତ୍ୟବ୍ୟ – ମୂତ୍ରମାର୍ଗ ବିଶେଷଜ୍ଞ ମାନଙ୍କ ମତରେ ଏହି ପୌରୁଷଗ୍ରନ୍ଥି ବୃଦ୍ଧି ଯୋଗୁଁ ସମ୍ପୂର୍ଣ୍ଣ ମୂତ୍ର ନିସ୍କାସନ ବନ୍ଦ ହୋଇଯାଇ ପାରେ ସେଥିପାଇଁ ହଠାତ ମନୁଷ୍ୟ ମୃତ୍ୟୁମୁଖରେ ପଡିପାରେ ତେଣୁ ପୂର୍ବରୁ ଏହାର ଅସ୍ତ୍ରୋପ୍ରଚାର ବ୍ୟତୀତ ଅନ୍ୟ ଉପାୟ ନଥିଲା ବର୍ତ୍ତମାନ( T. U. R. P ) ନାମକ ଯନ୍ତ୍ର ଦ୍ୱାରା ବର୍ଦ୍ଧିତ ମାଂସାଳୁଅଂଶ କୁ ଖଣ୍ଡ ଖଣ୍ଡ କରି କାଟି ବାହାରକରି ଦିଆଯାଉଛି ଏହି ପ୍ରକଶ କୌଶଳଏ ଦ୍ୱାର ସାମାନ୍ୟ ନିଶା ଇଞ୍ଜେକ୍ସନ ଦିଆଯାଇ ପୌରୁଷ ଗ୍ରନ୍ଥିର ନିରାପଦ ଚିକିତ୍ସା କରାଯାଇ ପାରୁଛି ଏଥିରେ ଅସ୍ତ୍ରୋପ୍ରଚାର ଜନିତ ଜଟିଳତା ନ ଥାଏ ଏବଂ ରକ୍ତଶ୍ରାବ କମହୁଏ ଏହାକୁ ଲେଜର ଅପରେଶନ କୁହାଯାଏ |
ଏହି ରୋଗର ପ୍ରତି ରୋଧକ ପାଇଁ ଆୟୁର୍ବେଦ ପଦ୍ଧତିରେ ପ୍ରଥମେ ଏହି ରୋଗର ପ୍ରତିରୋଧଶକ୍ତି ବୃଦ୍ଧି କରିବା ଉତ୍କୃଷ୍ଟ ଅଟେ ଏଥିପାଇଁ ଆହାର ବିହାରରେ ସଂଯମ ତଥା ଆୟୁର୍ବେଦୟ ଶୃଙ୍ଖଳାରେ ଜୀବନ ଅତିବାହିତ କରିବା ସୁଫଳ ମିଳିଥାଏ ପଚାଶ ବର୍ଷ ପରେ ଶାକାହାରୀ ହେଲେ ଭଲ ପାଚିଲାକଦଳୀ, ଦୁଗ୍ଦଧ,କମଳା,ଅଙ୍ଗୁର,କିସମିସ,ଲେମ୍ବୁ, ବିଟ ,ଗାଜର, ଅମୃତଭଣ୍ଡା ,ହରିଡ଼ା,ବାହାଡା,
ଅଁଳାରସ ,ଇତ୍ୟାଦି ନିୟମିତ ସେବନ କଲେ ଏହି ରୋଗ ଦେଖା ଦିଏ ନାହିଁ ଅଭ୍ୟାସ ବଶତଃ ବା ନିୟମିତ ଶାରୀରିକ ପରିଶ୍ରମ ବା ବ୍ୟାୟାମ ଏକଘଣ୍ଟା ଲେଖାଏଁ କରିବା ଆବଶ୍ୟକଏହା ବୃଦ୍ଧାବସ୍ଥାରେ ନିରାମୟ ଜୀବନ ଯାପନ କରିବାକୁ ଉଚିତ ଉପାୟ ବୋଲି କୁହାଯାଏ |