Tag Archives: ବିଦ୍ରୋଧି ବା ବ୍ରଣ ରୋଗର ଚିକିତ୍ସା (Boils & Abscess)

ବିଦ୍ରଧି ବା ବ୍ରଣ ରୋଗର ଚିକିତ୍ସା (Boils & Abscess)

ବର କୋଳି ଆକୃତିର ବା ମଟରଦାନା ଭଳି ଆକୃତି ଵିଶିଷ୍ଟ ରୂପେ ଶୋଧ ଦେଖାଇ ଦାହ ,ଯନ୍ତ୍ରଣା ସହିତ ପାଚିଥାଏ   ଏହା ଶରୀରର ଯେ କୌଣସି ସ୍ଥାନରେ ଉତ୍ପତ୍ତି ହୋଇପାରେ  ଚିକିତ୍ସା ଶାସ୍ତ୍ରରେ ଏହାକୁ ବିଦ୍ରଧି ବା ବ୍ରଣ କୁ ଦୁଇ ଭାଗରେ ବିଭକ୍ତ କରାଯାଇଛି |
1.ଅନ୍ତ୍ର ବିଦ୍ରଧି   ଲକ୍ଷଣ ପ୍ରକାଶ ପାଇଲେ -ସଜନା ମୂଳ ଛେଲି ରସ ଓ ପୁରୁଣିମୂଳ ରସ ସମଭାଗରେ ନେଇ ମହୁ ସହିତ ଏକ ସପ୍ତାହ ପର୍ଯ୍ୟନ୍ତ ଖାଲି ପେଟରେ ସକାଳୁ ସେବନ କରନ୍ତୁ |
2.ସବୁ ପ୍ରକାର ବ୍ରଣଶୋଥର ଆରମ୍ଭରୁ ଦୁଦୁରା ମୂଳ ସହିତ ସୋଇନଧୋବ ଲଵଣ ସହିତ ମିଶାଇ ଶିଳରେ ଗରମ କରି ଲେପ ଦେଲେ ତାହା ବସି ଯାଏ   ବ୍ରଣ ପାଚିଲେ ହାତରେ ଚିପି ସଫା କରିବା ଉଚିତ  ଯଦି ଏହା ସମ୍ଭବ ନ ହୁଏ ତେବେ ଶସ୍ତ୍ରକ୍ରିୟା କରିବା କର୍ତ୍ୟବ୍ୟ ବ୍ରଣ କୁ ପଚାଇବା କେତେକ ସହଜ ଉପାୟ ନିମ୍ନୋରେ ଉଲ୍ଲେଖ କୋରା ଗଲା-  

 1.ବଟା ହଳଦୀ କୁ ଉଷୁମ କରି ବ୍ରୋଣର ଚାରି ପାଖରେ ଲେପ ଦେଲେ (ରାତ୍ରିକାଳରେ)ଏହା ଖୁବ ଶୀଘ୍ର ପଚି ଯାଏ
2.ବ୍ରଣ ପାଚିବା ପରେ ପୂଯ ରକ୍ତ ନିର୍ଗତ ନ ହେଲେ -ଦନ୍ତୀମୂଳ ,ଚିତାମୁଳ ବା କନିଅର ମୂଳ ବାଟି ଲେପ ଦେବ ନଚେତ ପରା ଓ କାଉ ବିଷଠା ଲେପ ଦେବ  କ୍ଷତ ସ୍ଥାନକୁ ଧୋଇବା ପାଇଁ ନିମ୍ବପତ୍ର ଓ ବରଛେଲି କ୍ୱାଥ ବ୍ୟବହାର କରିବ କେବଳ ଅନନ୍ତ ମୂଳ ବା ସୁଗନ୍ଧିର ପ୍ରଲେପ ଦେଲେ ଦୁଷ୍ଟ ବ୍ରଣ ଶାନ୍ତହୁଏ
3.ବ୍ରଣଶୋଥରୁ ପୂଯରକ୍ତ ନିର୍ଗତ ହେବା ପରେ କୌଣସି ଲେପ ଦରକାର ହୁଏ ନାହିଁ ତାହା ଆପେ ଆପେ ଶୁଖିଯାଏ  |
4.କୌଣସି ଅସ୍ତ୍ରଶସ୍ତ୍ର ବା ଦୁର୍ଘଟଣା ଦ୍ୱାରା ଶରୀରେ କ୍ଷତ ହୋଇ ଅଧିକ ରକ୍ତ ସ୍ରାବ ହେଲେ -ଅପମାରଗପତ୍ର ରସ ,ଦନ୍ତିପତ୍ର ରସ ,ବା ଦୁବ ଘାସରସ ପ୍ରୟୋଗକଲେ ରକ୍ତସ୍ରାବ ବନ୍ଦ ହୁଏ କିମ୍ବା ବିଶଲ୍ୟକରଣୀ  ପତ୍ରରସ ପ୍ରୟୋଗ କଲେ ରକ୍ତସ୍ରାବ ବନ୍ଦ ହୁଏ   |
5.ପଇଡ଼ ପାଣି ପିଇ ବାକୁ ଦେଲେ ରକ୍ତ ସ୍ରାବ ବନ୍ଦ ହୁଏ  |
6.ପଇଡ଼ ପାଣିରେ କ୍ଷତ ସ୍ଥାନକୁ ଧୋଇବା ପରେ ଉପରୋକ୍ତ ପତ୍ର ରସମଧ୍ୟରୁ ଯେ କୌଣସି ଗୋଟିଏ ପତ୍ରରସ ତୁଳା ବୁଡାଇ କ୍ଷତ  ସ୍ଥାନରେ ପୋଟି  ବାନ୍ଧିବେ କ୍ଷତ ଅଧିକ ବା ଗଭୀର ହୋଇଥିଲେ ସିଲେଇ କରିବା ଆବଶ୍ୟକ  ଏହା ଦ୍ୱାରା କ୍ଷତ ଖୁବ ଶୀଘ୍ର ଶୁଖିଯାଏ  |